Precious Idol Stolen From Temple In Odisha’s Dhenkanal

Dhenkanal: Idol thieves struck two temples but took away precious statues from one temple in Odisha’s Dhenkanal district late Tuesday night.

 

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ୩ଟି ମନ୍ଦିରରୁ ଗତ କାଲି ବିଳମ୍ବିତ ରାତିରେ ମୂର୍ତ୍ତି ,ଇନଭର୍ଟର ,ବ୍ୟାଟେରୀ ,ଇଲକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହା ସିସିଟିଭି କ୍ୟାମେରାରେ ଚୋରି ବେଳର ଘଟଣା କଏଦ ହୋଇଛି । ଜଣେ ଚୋର ଏକ ସ୍କୁଟିରେ ଆସି ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଚୋର ଗ୍ୟାଙ୍ଗର କିଛି ଦୁର୍ବୁତ୍ତ ସାମିଲ ଥିବା ଜଣାପଡିଛି। ସାଆନ୍ଦା ରଘୁନାଥ ଜୀଉ ମନ୍ଦିରରୁ ପ୍ରଭୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଦୁର୍ବୁତ୍ତ ମାନେ ଚୋରି କରି ନେଇ ସରବେରେଣୀ ଗାଁ ସ୍ଥିତ ଶିବ ମନ୍ଦିରରେ ରଖି ଦେଇଥିଲେ । ତେବେ ସରବେରେଣୀ ଗାଁ ଶିବ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ସେହିପରି ସରବେରେଣୀ ଗାଁ ଭାଗବତ ଟୁଙ୍ଗୀ ଗୋପାଳଙ୍କ ମନ୍ଦିରରୁ ଇନଭର୍ଟର ,ବ୍ୟାଟେରୀ ଓ ଇଲକ୍ଟ୍ରୋନିକ୍ସ ସାମଗ୍ରୀକୁ ଚୋରି କରି ନେଇଛନ୍ତି ଚୋର । ଏ ନେଇ ସାଆନ୍ଦା ଫାଣ୍ଡିରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ୟା ପଛରେ ଏକ ଚୋର ଗ୍ୟାଙ୍ଗ ସକ୍ରିୟ ରହି ଏପରି କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed.